ଭବାନୀ ଅଷ୍ଟକଂ (Bhavani Ashtakam lyrics)ହେଉଛି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଏକ ଶ୍ଳୋକ ସମୂହ ଯାହାକି ଦେବୀ ଦୁର୍ଗା ବା ମା ଭବାନୀଙ୍କ ଉଦ୍ଧେଶ୍ୟରେ ଲେଖାହୋଇଛି | ଆସନ୍ତୁ ସେହିଁ ଭବାନୀ ଅଷ୍ଟକଂକୁ ପଢିବା ଏବଂ ତାର ଅର୍ଥ ଜାଣିବା | ନିମ୍ନୋକ୍ତ ଶ୍ଳୋକଗୁଡିକୁ ଦେଖିଲେ ଆପଣ ଜାଣିପାରିବେ ଏଠାରେ ମାତ୍ର ୮ ଟି ଶ୍ଳୋକ ଦିଆଯାଇଛି, କାହିଁକିନା ଶଙ୍କରାଚାର୍ଯ୍ୟ ଏକ ଅଷ୍ଟକଂ ରଚନା କରିଥିଲେ ଯେଉଁଥିରେ ମାତ୍ର ୮ଟି ଶ୍ଳୋକ ଥିଲା |
Bhavani Ashtakam lyrics in odia meaning
ପ୍ରତ୍ୟେକ ଶ୍ଲୋକ ପଢ଼ିବା ଆଗରୁ ତାର ଅର୍ଥ ଜାଣିବା ଦରକାର l କାରଣ ଶାସ୍ତ୍ରରେ ଅଛି ଶ୍ଲୋକ ର ଅର୍ଥ ବୁଝିକରି ପଢ଼ିଲେ ତାହା ଶୀଘ୍ର ଫଳପ୍ରଦ ହୋଇଥାଏ l ଆଦି ଶଙ୍କାରାଚାର୍ଯ୍ୟ ଙ୍କ ଦ୍ଵାରା ରଚିତ ଭବାନୀ ଅଷ୍ଟକମ୍ ଶ୍ଲୋକ ର ଆକ୍ଷରିକ ଅର୍ଥ ଆସନ୍ତୁ ଜାଣିବା l
ଭଵାନି ଅଷ୍ଟକଂ
ନ ତାତୋ ନ ମାତା ନ ବଂଧୁର୍ ନ ଦାତା
ନ ପୁତ୍ରୋ ନ ପୁତ୍ରୀ ନ ଭୃତ୍ୟୋ ନ ଭର୍ତା |
ନ ଜାୟା ନ ଵିଦ୍ୟା ନ ଵୃତ୍ତିର୍ ମମୈଵ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୧ ||
ନା ବାପା , ନା ମାଆ ,ନା ସାଙ୍ଗସାଥୀ,ନା ବନ୍ଧୁ ବାନ୍ଧବ,ନା ପୁଅ ,ନା ଝିଅ ,ନା ସେବକ ,ନା ସ୍ଵାମୀ,ନା ପତ୍ନୀ,ନା ବିଦ୍ୟା ,ନା ନିଜର କର୍ମ ମଧ୍ୟ ପ୍ରକୃତ ଆଶ୍ରୟ ଦେଇ ନଥାଏ ,ହେ ମାଆ ଭବାନୀ ତୁମେ ମୋର ଏକ ମାତ୍ର ଆଶ୍ରୟ ମାଆ ,ତୁମ ଚରଣରେ ଆଶ୍ରୟ ଦିଅ ମାଆ l
ଭଵାବ୍ଧାଵପାରେ ମହାଦୁଃଖ ଭୀରୁ
ପପାତ ପ୍ରକାମୀ ପ୍ରଲୋଭୀ ପ୍ରମତ୍ତଃ |
କୁସଂସାରପାଶ ପ୍ରବଦ୍ଧଃ ସଦାହମ୍
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୨ ||
ସାଂସାରିକ ରୂପକ ବିଶାଳ ସମୁଦ୍ରରେ ଅନେକ ଜଳ ରାଶି ପରି କେବଳ ଦୁଃଖ ଏବଂ ଭୟ ରେ ପରିପୂର୍ଣ୍ଣ l ଏହି ବିଶାଳ ସମୁଦ୍ରରେ ମୁଁ ବୁଡି ବହୁତ ଯନ୍ତ୍ରଣା ଅନୁଭବ କରୁଛି ,ମୁ ଲୋଭ, ଇଚ୍ଛା,ପାପରେ ପରିପୂର୍ଣ୍ଣ ,ଦୁଃଖୀ ଜୀବନ ରେ ବାନ୍ଧି ହୋଇ ମୁ ସମ୍ପୂର୍ଣ୍ଣ ବୁଡି ଯାଇଛି , ହେ ମାତ ଭବାନୀ ,ତୁମେ ମୋର ଏକ ମାତ୍ର ଆଶ୍ରୟ ମାଆ ,ତୁମ ଚରଣରେ ଆଶ୍ରୟ ଦିଅ ମାଆ l
ନ ଜାନାମି ଦାନଂ ନ ଚ ଧ୍ୟାନୟୋଗଂ
ନ ଜାନାମି ତଂତ୍ରଂ ନ ଚ ସ୍ତୋତ୍ରମଂତ୍ରମ୍ |
ନ ଜାନାମି ପୂଜାଂ ନ ଚ ନ୍ୟାସୟୋଗମ୍
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୩ ||
ମୁଁ ଜାଣେ ନାହିଁ ଦାନ ଜାଣେ ନାହିଁ ଧ୍ୟାନଯୋଗ, ଜାଣେ ନାହିଁ ରୀତିନୀତି ଜାଣେ ନାହିଁ ମନ୍ତ୍ରପାଠ,ଜାଣେ ନାହିଁ ଭଜନ,ଜାଣେ ନାହିଁ ପୂଜା ଜାଣେ ନାହିଁ ଯୋଗ ହେ ମାଆ ଭବାନୀ ତୁମେ ମୋର ଏକ ମାତ୍ର ଆଶ୍ରୟ ,ତୁମ ଚରଣରେ ଆଶ୍ରୟ ଦିଅ ମାଆ l
ନ ଜାନାମି ପୁଣ୍ୟଂ ନ ଜାନାମି ତୀର୍ଥଂ
ନ ଜାନାମି ମୁକ୍ତିଂ ଲୟଂ ଵା କଦାଚିତ୍ |
ନ ଜାନାମି ଭକ୍ତିଂ ଵ୍ରତଂ ଵାପି ମାତା
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୪ ||
ମୁଁ ଜାଣେ ନାହିଁ ପୁଣ୍ୟ , ଜାଣେ ନାହିଁ ତୀର୍ଥ ,ଜାଣେ ନାହିଁ ମୁକ୍ତି, ଜାଣେ ନାହିଁ ମିଳାମିଶା , ଜାଣେ ନାହିଁ ଭକ୍ତି, ଜାଣେ ନାହିଁ ଧାର୍ମିକ ଶପଥ ବିଷୟ ରେ ,ହେ ମାଆ ଭବାନୀ ତୁମେ ମୋର ଏକ ମାତ୍ର ଆଶ୍ରୟ ମାଆ, ତୁମ ଚରଣରେ ଆଶ୍ରୟ ଦିଅ ମାଆ l
କୁକର୍ମୀ କୁସଂଗୀ କୁବୁଦ୍ଧୀ କୁଦାସଃ
କୁଲାଚାରହୀନଃ କଦାଚାରଲୀନଃ |
କୁଦୃଷ୍ଟିଃ କୁଵାକ୍ୟ ପ୍ରବଂଧଃ ସଦାହମ୍
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୫ ||
ମୁଁ ସବୁବେଳେ ଖରାପ କାର୍ଯ୍ୟ କରେ , ମୁଁ ଖରାପ ଲୋକମାନଙ୍କ ସହିତ ଜଡିତ ହୋଇ ରୁହେ, ମୋ ମନ ସବୁବେଳେ ପାପପୂର୍ଣ୍ଣ ଭାବନା ରେ ପରିପୂର୍ଣ୍ଣ ହୋଇ ରହିଥାଏ ମୁଁ ସବୁବେଳେ ଖରାପ ଲୋକଙ୍କ ସେବା କରିଥାଏ l ମୁଁ ଏକ ସଂଭ୍ରାନ୍ତ ପରିବାରର ନୁହେଁ, ମୁଁ ସର୍ବଦା ଖରାପ ବ୍ୟବହାର ରେ ନିୟୋଜିତ,ମୁ ସବୁବେଳେ ପାପ ଦୃଷ୍ଟି ରେ ସମସ୍ତ ଙ୍କୁ ଦେଖେ , ମୁଁ ସବୁବେଳେ ମିଥ୍ୟା ବକ୍ତବ୍ୟ ଏବଂ ପ୍ରତାରଣା ରେ ପରିପୂର୍ଣ୍ଣ , ହେ ମାଆ ଭବାନୀ ତୁମେ ମୋର ଏକ ମାତ୍ର ଆଶ୍ରୟ ମାଆ, ତୁମ ଚରଣରେ ଆଶ୍ରୟ ଦିଅ ମାଆ l
ପ୍ରଜେଶଂ ରମେଶଂ ମହେଶଂ ସୁରେଶଂ
ଦିନେଶଂ ନିଶୀଥେଶ୍ଵରଂ ଵା କଦାଚିତ୍ |
ନ ଜାନାମି ଚାନ୍ୟତ୍ ସଦାହଂ ଶରଣ୍ୟେ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୬ ||
ମୁଁ ବ୍ରହ୍ମା କିଏ, ବିଷ୍ଣୁ କିଏ, ମହେଶ୍ୱର କିଏ, ଇନ୍ଦ୍ର କିଏ, ସୂର୍ଯ୍ୟ,ଚନ୍ଦ୍ର କିଏ ମୁଁ ଜାଣେ ନାହିଁ , ମୁଁ ଅନ୍ୟ ଦେବାଦେବୀ ବିଷୟରେ ମଧ୍ୟ୍ୟ କିଛି ଜାଣେ ନାହିଁ , ହେ ମାଆ ମୁଁ କିଛି ଜାଣେ ନାହିଁ ହେ ମାଆ ତୁମେ ହିଁ ଏକମାତ୍ର ଆଶ୍ରୟ ମାଆ ,ତୁମ ଚରଣରେ ଆଶ୍ରୟ ଦିଅ ମାଆ l
ଵିଵାଦେ ଵିଷାଦେ ପ୍ରମାଦେ ପ୍ରଵାସେ
ଜଲେ ଚାନଲେ ପର୍ଵତେ ଶତ୍ରୁମଧ୍ୟେ |
ଅରଣ୍ୟେ ଶରଣ୍ୟେ ସଦା ମାଂ ପ୍ରପାହି
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୭ ||
ବିବାଦ ପରିସ୍ଥିତିରେ ,ଦୁଃଖ ପରିସ୍ଥିତିରେ,କଠିନ ପରିସ୍ଥିତିରେ,ବାହାର ଦେଶରେ,ପାଣି, ନିଆ, ପାହାଡ଼ ଏବଂ ଶତ୍ରୁ ମାନଙ୍କ ମଧ୍ୟରେ, ଅରଣ୍ୟ ରେ ମୋତେ ସର୍ବଦା ସୁରକ୍ଷା ଦିଅ ମାଆ,ମୁଁ କିଛି ଜାଣେ ନାହିଁ ହେ ମାଆ ତୁମେ ହିଁ ଏକମାତ୍ର ଆଶ୍ରୟ ମାଆ, ମୋତେ ରାସ୍ତା ଦେଖାଅ ମାଆ l
ଅନାଥୋ ଦରିଦ୍ରୋ ଜରାରୋଗ ୟୁକ୍ତୋ
ମହାକ୍ଷୀଣ ଦୀନଃ ସଦା ଜାଡ୍ୟଵକ୍ତ୍ରଃ |
ଵିପତ୍ତୌ ପ୍ରଵିଷ୍ଟଃ ପ୍ରନଷ୍ଟଃ ସଦାହଂ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି || ୮ ||
ମୁଁ ଅନାଥ,ଗରିବ, ବୃଦ୍ଧାବସ୍ତା, ଏବଂ ରୋଗରେ ପୀଡିତ ହୋଇପାରେ,ଦୁଃଖୀ, ଜୀବନ୍ତ ଚେହେରା ଏବଂ ଦୁଃଖ ରେ ହଜିଯାଇପରେ l ଯାହା ବି ଘଟିବ ତୁମେ ହିଁ ଏକମାତ୍ର ଆଶ୍ରୟ ମାଆ, ମୋତେ ରାସ୍ତା ଦେଖାଅ ମାଆ l
|| ଇତୀ ଭଵାନି ଅଷ୍ଟକଂ ସଂପୂର୍ଣମ୍ ||
Read other articles
Manabasa Guruvar vrat katha in Odia
Hariharan Sankatmochan Hanuman Ashtak lyrics Odia
Asali panchang odia calendar 2023
ଭବାନୀ ଅଷ୍ଟକଂ ଜପକଲେ କେଉଁ ଫଳ ପ୍ରାପ୍ତ ହୁଏ ? ( Bhavani Ashtakam benefits )
କୌଣସି ମନ୍ତ୍ର ହେଉ ବା ଅଷ୍ଟକଂ ହେଉ, ଏହା ମନ, ଶରୀର, ପ୍ରାଣ, ଚୈତ୍ୟ ଉପରେ ପ୍ରଭାବ ପକାଏ | ଯେହେତୁ ପ୍ରତ୍ୟେକ ଜାଗତିକ ଏବଂ ମହାଜାଗତିକ ବସ୍ତୁ ବା ପ୍ରାଣୀ ସମୂହ ର ପ୍ରଭାବ ଅନ୍ୟ ପ୍ରାଣୀ ଉପରେ ପଡିଥାଏ ସେଥିପାଇଁ ମନୁଷ୍ୟକୁ ଉତ୍ତମ ଏବଂ ସକାରାତ୍ମକ କମ୍ପନ ଥିବା ପରିବେଶ ଏବଂ ଚିନ୍ତାଧାରାରେ ରହିବା ପାଇଁ ପରାମର୍ଶ | ଏହି ଭବାନୀ ଅଷ୍ଟକଂ ମନୁଷ୍ୟ ମଧ୍ୟରେ ଏକ positive vibration ସୃଷ୍ଟିକରିଥାଏ | ଏହାଦ୍ୱାରା ମନୁଷ୍ୟର ଅନେକ ଲାଭହୁଏ | ମସ୍ତିସ୍କର ଏକ ଅବସ୍ଥା ହେଉଛି ଅବଚେତନ ଅବସ୍ଥା ( ସୂବକଂଶ୍ଚିୟୂଷ state ) ଯାହା କି ମସ୍ତିସ୍କକୁ ଅନେକ ଦିଗରେ ସହାୟକ ହୋଇଥାଏ | ଏହି ଅଷ୍ଟକଂ ମସ୍ତିସ୍କକୁ ଏକ ସକାରାତ୍ମକ ପରାମର୍ଶ ( Positive suggestion ) ଦେଇଥାଏ ଯାହାକି ଅବଚେତନ ଅବସ୍ଥାରେ ଏକ ସାମଞ୍ଜସ୍ୟ (harmony ) ଆଣିଥାଏ |
Conclusion
ଏହି ଭବାନୀ ଅଷ୍ଟକଂରେ ( Bhavani Ashtakam in Odia ) ଲେଖାଯାଇଥିବା ଶବ୍ଦ ଗତିଃସ୍ତ୍ଵଂ ର ଅର୍ଥ ଏଠାରେ ଦିଅ ଯାଇଅଛି | ଗତିଃସ୍ତ୍ଵଂ ର ଅର୍ଥ ହେଉଛି ଗତିଃ + ତ୍ଵଂ, ଅର୍ଥାତ ତୁମେ ହିଁ ଗତି | ତୁମେ ହିଁ ମୋର ରାସ୍ତା, ବା ମୋତେ ରାସ୍ତା ଦେଖାଅ | Click here for video