ଏଠାରେ ଏକ ସୁନ୍ଦର ଓଡ଼ିଆ ଗୀତ ଦୟାମୟ ଗୁରୁଦେବ (Odia gita daya maya guru deba)ଗୀତର ଉଲ୍ଲେଖ କରାଯାଇଛି |ଓଡ଼ିଆ ସାହିତ୍ୟ ଜଗତରେ ଅନେକ ବରେନ୍ନ୍ୟ ସାହିତ୍ୟିକ ବଣ ମଲ୍ଲି ହୋଇ ଜନ୍ମ ନେଇଛନ୍ତି ଓ ବଣରେ ଝଡିପଡିଛନ୍ତି | ତନ୍ମଧ୍ୟରୁ କବି ବିକ୍ରମାଦିତ୍ୟ ବାରିକ ଅନ୍ୟତମ | କବିଙ୍କର ଜନ୍ମସ୍ଥାନ କଟକ ଜିଲ୍ଲା ବଡ଼ମ୍ବା ନିକଟସ୍ଥ ଋଷିପଡା ଗ୍ରାମରେ ହୋଇଥିଲେ ମଧ୍ୟ ସେ ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ଗ୍ରାମରେ କଳା ଓ ସାହିତ୍ୟ ସାଧନାରେ କର୍ମରତ | ନିମ୍ନୋକ୍ତ କବିତା ‘ଭବ ଭୟ ହାରକ’ ପାଲା କଳାକାର ମାନଙ୍କ ମଧ୍ୟରେ ବିଶେଷ ଲୋକ ପ୍ରିୟ | କବିଙ୍କର ସମସ୍ତ କବିତାରେ ରୀତି ଯୁଗୀୟ ଶୈଳୀ ଦୃଷ୍ଟିମାନ ହୁଏ | ଯତି, ଯମକ, ରସ ପୁର୍ଣ ଏହି କବିତା ଗୁଡିକ ର ଗଢ଼ଣ ଅତି ସରଳ ଓ ବୁଝିବା ପାଇଁ ବହୁତ ସହଜ ହୋଇଥାଏ | କିନ୍ତୁ ବର୍ତମାନ ସମାଜରେ ଏହି ଭଳି କବିତାର ଉତ୍ପତି ବହୁତ କାମିଯାଇଛି |
Odia gita daya maya guru deba
କୌଣସି ଭାଷା, ସଂସ୍କୃତି ତାର ଉତ୍କୃଷ୍ଟତା ଯୋଗୁ ସମ୍ମାନିତ ହୁଏ | ଆଜି ଯଦି ଓଡ଼ିଆ ଭାଷା ତାର ନିଜସ୍ୱ ସମ୍ମାନ, ଓଡ଼ିଆ ଅଃଶ୍ମୀତା (odia asmita)ବଞ୍ଚାଇ ରଖିଛି ସେଥିପାଇଁ ସେହି ଯୋଗ ଜନ୍ମା କବି, ଗାଳ୍ପିକ, ସାହିତ୍ୟିକ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ସ୍ୱାର୍ଥହୀନ ଯୁଗାନ୍ତକାରୀ ଶୃଷ୍ଟି ସଦା ସ୍ମରଣୀୟ ଓ ବନ୍ଦନୀୟ ରହିବ | ଏହି ଓଡ଼ିଆ ସାହିତ୍ୟର ପ୍ରକୃତ ସମ୍ମାନ (odia asmita) ବଞ୍ଚାଇ ରଖିବାକୁ କବି ବିକ୍ରମାଦିତ୍ୟ ବାରିକଙ୍କର ଏହା ଅଦମ୍ୟ ପ୍ରୟାଶ |
Odia gita daya maya guru deba
ଶ୍ରୀ ଗୁରୁ ବନ୍ଦନା ( Shree Guru Vandana )
ଆହେ ଦୁଃଖହାରୀ ତୁମ ଦୁଃଖ କିଏ ବୁଝିବ –ବୃତ୍ତେ ( Aahe duhkhahari tuma duhkha kie bujhiba – song tune)
ଦୟାମୟ ଗୁରୁଦେବ, ଭବ ଭୟ ହାରକ,
ମାୟା ଡୋର ହୃଦୁ ମୋର ଛେଦ ଏହି ବାରକ l ( ଘୋଷା )
( Dayamaya gurudeva, bhaba bhaya haraka, maya dora hrudu mora cheda ehi baraka — 2 times )
ମରୁଛି ମରୀଚିକାର ପଛେ ଧାଇଁ ଧାଇଁ
କରୁଛି ଜାଣିଶୁଣିକି ଡରୁନି କିମ୍ପାଇଁ
ଶରୀରୁ ସରେ ଆୟୁଷ ସଙ୍କଳ୍ପ ନ ହୁଏ ଶେଷ
ସେଥିପାଇଁ ଏକମାତ୍ର ତୁମେ ପ୍ରତିକାରକ |୧|
( Maruchhi marichikara pachhe dhain dhain, karuchhi janisuniki daruni kimpain.
Shareeru sare aayusha sankalpa na hue shesa, sethi pain ekamatra tume pratikaraka — 1st stanja )
ଜୀବନ ବିହୀନେ ଯେହ୍ନେ ମୀନର ଅବସ୍ଥା
ଶସ୍ତା ସଂସାରେ ସେପରି ହୁଏ ମୁଁ ହିନସ୍ଥା
ବସ୍ତା ବସ୍ତା ଉପଦେଶ ନ ମାନି କରେ ମୁଁ ଦୋଷ
ଘୋଷେ ସଦା ବିଷୟାକୁ ରାସ୍ତା ଯାର ନରକ |୨|
( Jeevana bihune jenhe meenara abastha, shasta sansare separi hue mun hinastha.
( Basta basta upadesha na mani kare mun dosha, ghose sada bishyaku raasta jara naraka,
Bhaba bhaya haraka, damaya gurudeva —-2)
ସମର୍ପଣ ଭାବ ମୋର ନ ଆସେ ମନରେ
ଥରେ ଧରେ ନାହିଁ ତୁମ ନାମ ଜୀବନରେ
ନରେଶ ସାଜିବା ଆଶା ନିତି ମୁଁ କରେ ବେଉସା
ଉଷା, ନିଶା,ଈର୍ଷା,ହିଂସା, ଯୋସା ରସ ପାରକ | ୩ |
( Samarpana bhaba mora na aase manare, thare dhare nahin tuma naama jeevanare )
( Naresha sajiba aasha neeti mun kare beusha, usha nisha eersha hinsha josa rasa paraka,
Bhaba bhaya haraka, damaya gurudeva —- 3)
ସମସ୍ତ ବୃତ୍ତାନ୍ତ ଜ୍ଞାତ ଯେହେତୁ ତୁମେ ତ
ଅଧିକ କି କରାଇବି ଅବା ଅବଗତ ନତଜାନୁ ହୋଇ ଶେଷେ ଗୀତରେ ବିକ୍ରମ ଭାଷେ
ଭୂମାନନ୍ଦ ସ୍ବାମୀ କ୍ଷମ ଦଶା ମୋର ମାରକ | ୪|
( Samasta brutanta gyanta, jehetu tume ta, adhika ki karaeebi aba abagata,
Natajanu hoi shese, shesare bikrama bhase, bhumananda swami kshyama dasa mora maraka,
Bhaba bhaya haraka, damaya gurudeva —- 4)