Makar Sankranti 2024

ମକର ସଂକ୍ରାନ୍ତି (Makar Sankranti 2024)
ଏହି ଦିନଟି ଇଂରାଜୀ ମାସ ଅନୁସାରେ ଜାନୁଆରୀ ୧୪/୧୫ ରେ ପଡ଼ିଥାଏ , ମାତ୍ର ଓଡ଼ିଆ ମାସରେ ଅନୁସାରେ ମାଘ ମାସର ସଂକ୍ରାନ୍ତି ଟିକୁ ଆମେ ମକର ସଂକ୍ରାନ୍ତି କହିଥାଉ l ଆମ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଗ୍ରହ, ନକ୍ଷତ୍ର, ରାଶି ଅଛନ୍ତି l ଏହି ରାଶି ,ଗ୍ରହ,ନକ୍ଷତ୍ର ଚଳ ପ୍ରଚଳ ମଧ୍ୟ କରନ୍ତି l ଏହାଙ୍କ ଚଳ ପ୍ରଚଳ ମନୁଷ୍ୟ ମାନଙ୍କ ଉପରେ ପଡ଼ିଥାଏ l

ଆମ ର ୧୨ ଟି ରାଶି ରହିଛି ଯଥା – ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା,ତୁଳା, ବିଛା,ଧନୁ,ମକର କୁମ୍ଭ, ମୀନ l ବାର ମାସରେ ବାରଟି ସଂକ୍ରାନ୍ତି ରହିଛି ପ୍ରତ୍ୟେକ ସଂକ୍ରାନ୍ତି ରେ ସୂର୍ଯ୍ୟ ଗୋଟିଏ ରାଶି ଛାଡ଼ି ଅନ୍ୟ ଏକ ରାଶି କୁ ଯାଇଥାନ୍ତି ସେଇଭଳି ଭାବରେ ଏହି ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରିଥାନ୍ତି l ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି l

Maha bisuba sankranti

ବାର ମାସରେ ବାରଟି ଯାଙ୍କ ସଂକ୍ରାନ୍ତି କୁ ଓଡ଼ିଶା ରାଜ୍ୟରେ କେବଳ ପାଳନ କରନ୍ତି କିନ୍ତୁ ଏହି ମକର ସଂକ୍ରାନ୍ତି ଟିକୁ ସମସ୍ତ ରାଜ୍ୟରେ ପାଳନ କରାଯାଏ l ଏହି ସଂକ୍ରାନ୍ତି ଟିକୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳନ କରାଯାଏ ଯେମିତିକି ଓଡ଼ିଶା ରେ ମକର ସଂକ୍ରାନ୍ତି ,ପଞ୍ଜାବରେ ଲୋହଡ଼ି,ଉତ୍ତର ପ୍ରଦେଶରେ କିଚିଡି ପର୍ବ, ଗୁଜୁରାଟ ରେ ଉତ୍ତରାୟଣ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରେ ପୋଙ୍ଗଲ ନାମରେ ପାଳନ କରାଯାଏ l ଏହି ଦିନ ଘରେ ନୂଆ ଚାଉଳ,ଗୁଡ଼,କଦଳୀ ,ନଡ଼ିଆ , ମୁଆଁ କୁ ଏକାଠି କରି ଏକ ଭୋଗ ପ୍ରସ୍ତୁତ କରାଯାଏ , ଏହାକୁ ଘରେ ଦେବା ଦେବୀ ଙ୍କୁ, ସୂର୍ଯ୍ୟ ଦେବଙ୍କୁ,ଘର ର ସମସ୍ତ ମୁଖ୍ୟ ଦ୍ଵାର ରେ ଦିଆଯାଏ l ତାପରେ ଘରେ ସମସ୍ତେ ଏହି ଭୋଗକୁ ପାଆନ୍ତି l ଏହି ଭୋଗ ସାଙ୍ଗ ସାଥିରେ ମଧ୍ୟ ଖୁଆ ଖୋଇ ହୋଇଥାନ୍ତି ଏବଂ ଜଣେ ଅନ୍ୟ ଜଣଙ୍କ ନାମ ଧରିକି ଡାକନ୍ତି ନାହିଁ କେବଳ ମକର ନାମ ରେ ଜଣେ ଅନ୍ୟ ଜଣଙ୍କୁ ଡାକନ୍ତି l ଏହି ଦିନରେ ପୁଅ ମାନେ ପ୍ରାୟ ଗୁଡ଼ି ଉଡାନ୍ତି, ବିଭିନ୍ନ ଜାଗାରେ ଗୁଡି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ l ଏହି ସଂକ୍ରାନ୍ତି ଟିକୁ ଓଡ଼ିଶା ଅପେକ୍ଷା ବାହାର ରାଜ୍ୟରେ ୩ଦିନ ଧରି ପାଳନ କରାଯାଏ ଏବଂ ବହୁତ ଧୁମଧାମରେ ପାଳନ ମଧ୍ୟ କରାଯାଏ l ଅନ୍ୟ ସଂକ୍ରାନ୍ତି ରେ ସରକାରୀ ଓ ବେସରକାରୀ କାଯ୍ୟ ରେ ଛୁଟି ନଥାଏ ମାତ୍ର ଏହି ମକର ସଂକ୍ରାନ୍ତି ରେ ଭାରତ ର ସମସ୍ତ ରାଜ୍ୟରେ ଛୁଟି ବାଧ୍ୟତାମୂଳକ ଥାଏ l ଏହି ଦିନ ବିଭିନ୍ନ ଶୈବ ପୀଠ ମାନଙ୍କରେ ମେଳା ଅନୁଷ୍ଠିତ ହୋଇଥାଏ l ଏହି ଦିନ ମୁଆଁ ବିକ୍ରି ହୁଏ ଯାହା ବର୍ଷ ଯାଙ୍କ ଆଉ ଯେଉଥି ଯେବେ ଖୋଜିଲେବି ଏହା ମିଳିନଥାଏ l ଏହି ଗୋଟିଏ ଦିନ ଓଡିଶା ରେ ଏହି ମୁଆଁ ସମସ୍ତ ସ୍ଥାନରେ ବିକ୍ରି ହୁଏ l

ଏହି ଦିନ ଠାରୁ ଦିନ ବଡ ହୋଇ ହୋଇଯାଏ,ରାତି ଛୋଟ ହୋଇ ଯାଏ, ସେଇଥିପାଇଁ ଓଡ଼ିଆ ରେ ଗୋଟିଏ କଥା ଅଛି
“ମକର ହେଲା ବକର”

Makar sankranti wishes in marathi, Hindi and Odia

संक्रांतीच्या हर्षोत्सवात,

प्रेम आणि आनंदाचं खुशीचं भात, वारील दिनांकात, माझ्या तुमच्या सर्वांसाठी,

मकर संक्रांतीच्या शुभेच्छा!

वडीलांचं मन, वाचकांचं तरंग, वारील संगतं असंगतं भातांग, तीळगुळांचं मिठास, तिळ आणि गुळ, मंद हावांचं चंद्र, संक्रांतीचं हे मौळ!

उत्सवाचं हे रंग, किल्ल्यांचं तरंग, हरियाळीचं अंग, मकर संक्रांतीचं हे मौळ!

तुमच्या घरी आलंय, पुण्याचं राजा त्यांचं येई जाऊं, गोड गोड बोलूं, मकर संक्रांतीचं हे मौळ!

Hindi

सूर्य देव की किरणे रूपीं बहार, मकर संक्रांति लाए खुशियों का त्योहार।

पतांग उड़ाए आसमान में, मिठे गुड़ और तिल से बनी मिठाईयों में।

धूप बारिश की खुशबू बिखराए, हर दिल में हो सुख-शांति की बहार।

गुणगुणाए धुन में, मन में हो प्यार, मकर संक्रांति की बधाई, ये है हमारी तक़दीर।

Odia

ସାରା ଭାରତ ବର୍ଷ ରେ ଅନେକ ପର୍ବ ରହିଛି ଯାହାକୁ ଆମ ସମସ୍ତ ଭାରତ ବାସି ପାଳନ କରିଥାଉ ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ l

Leave a Reply

Your email address will not be published. Required fields are marked *