ପ୍ରତ୍ୟେକ ହିନ୍ଦୁ ପରିବାରରେ ଲକ୍ଷ୍ମୀ ଦେବୀଙ୍କର ପୂଜା, ଅର୍ଚନା ହୋଇଥାଏ | ଓଡିଶାର ପୁର ପଲ୍ଲୀରେ ଏହି ଲକ୍ଷ୍ମୀ ପୂଜାକୁ ମାଣବସା ଗୁରୁବାର ବ୍ରତ (Manabasa Guruvar vrat katha in Odia) ବୋଲି କୁହାଯାଇଥାଏ | ଲକ୍ଷ୍ମୀ ଶବ୍ଦଟି ଆବାଳବୃଦ୍ଧବନିତାଙ୍କୁ ଜଣା l ଲକ୍ଷ୍ମୀ ଙ୍କ ନାମ ଶୁଣିନଥିବା ଲୋକ ବିରଳ l ଏହି ଶବ୍ଦଟି ଶୁଣିଲା ମାତ୍ରେ ଆମ ମନରେ ଧନ , ସମ୍ପତ୍ତି କଥା ହିଁ ଆସେ ଏହି ଶବ୍ଦଟି ଆମର ଏକ ପ୍ରିୟ ଶବ୍ଦ l ଏହି ଶବ୍ଦଟିରେ ଏମିତି ସଯୋଗ ଅଛି ଯେ ଭାବିଲା ମାତ୍ରକେ ମନରେ ପବିତ୍ରତା ସୃଷ୍ଟି ହେଉଛି l ମା ଲକ୍ଷ୍ମୀ ଅନାଥର ନାଥ , ଜଗନ୍ନାଥବଲ୍ଲଭୀ,ଓ ବରୁଣନନ୍ଦିନୀ l ଆମ ହିନ୍ଦୁ ସମାଜରେ ମା ଲକ୍ଷ୍ମୀ ହେଉଛନ୍ତି ପ୍ରତ୍ୟେକ ସ୍ତ୍ରୀ ମାନଙ୍କର ପ୍ରଧାନ ପୂଜ୍ୟା ଦେବୀ l
ମାଣବସାର ଅର୍ଥ କଣ
ମାଣ ଅର୍ଥାତ ଏକ ଟୋକେଇ ଯେଉଁଥିରେ ଚାଉଳ ମପାଯାଏ | ସେହି ମାଣ ଟୋକେଇରେ ଧାନ ଖେତରୁ କଟାଯାଇଥିବା ନୂଆ ଧାନ ଭର୍ତ୍ତିକରି ପୂଜା କରିବା ବିଧିକୁ ମାଣବସା କୁହାଯାଏ | ମା ଲକ୍ଷ୍ମୀଙ୍କର ଜନ୍ମ ହେଉଛି ଗୁରୁବାର ଦିନ ଅର୍ଥାତ୍ ଗୁରୁବାର ମା ଲକ୍ଷ୍ମୀଙ୍କର ବାର l ଏହି ଦିନ ରେ ବ୍ରତ , ଉପବାସ ମା ଲକ୍ଷ୍ମୀଙ୍କ ପାଇ ରଖିଲେ ଘରେ ଧନ ,ଜନ, ସୁଖ, ଶାନ୍ତି, ଟଙ୍କା ପଇସାର ଅଭାବ ରୁହେ ନାହିଁ l କିନ୍ତୁ ଏହି ବ୍ରତ କରିବା ପାଇଁ ବହୁତ ବିଧିବଧାନ ମଧ୍ୟ ରହିଛି l
ମା ଲକ୍ଷ୍ମୀ ଙ୍କର ବିଭିନ୍ନ ବ୍ରତ ମଧ୍ୟ ରହିଛି l ଯେପରିକି ମାଣବସା ଗୁରୁବାର ବ୍ରତ,ସୁଦଶା ବ୍ରତ, ଲକ୍ଷ୍ମୀ ନାରାୟଣ ବ୍ରତ,ଲକ୍ଷ୍ମୀ ବୈଭବ ବ୍ରତ ଏହିସବୁ ରହିଛି ଏବଂ ଏହାର ପୂଜାବିଧି ମଧ୍ୟ ଭିନ୍ନ ଭିନ୍ନ ରହିଛି l ପ୍ରଥମେ ମାଣବସା ଗୁରୁବାର ବ୍ରତ ପାଳନ ବିଷୟ ରେ ଜାଣିବା l ଏହି ବ୍ରତ ଓଡ଼ିଆ ମାସ ମାର୍ଗଶିର ମାସ ରେ ପଡେ l
Manabasa Gurubar puja vidhi in odia
ଏହି ମାର୍ଗଶିର ମାସରେ ଯେତେଟା ଗୁରୁବାର ପଡେ ଏହି ବ୍ରତ ସେହିଦିନ କରିବ l ଏହି ଦିନ ଲକ୍ଷ୍ମୀଙ୍କ ପୂଜା ସହିତ ଘରେ ଘରେ ଲକ୍ଷ୍ମୀ ଙ୍କ କୀର୍ତ୍ତନ ଏବଂ ବିଭିନ୍ନ ପ୍ରକାର ପିଠାପଣା କରି ନୈବେଦ୍ୟ ପ୍ରଦାନ କରାଯାଏ l ଗୁରୁବାର ଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ଘରଦ୍ୱାର ପରିଷ୍କାର କରି ଗୋବର ପାଣିଦ୍ଵାରା ଘରକୁ ଶୁଦ୍ଧ କରନ୍ତି l ଗୃହ ମଧ୍ୟରେ କିଛି ଅନାଚାର କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ପୁରୁଷ କାନ୍ଧରୁ ଲକ୍ଷ୍ମୀ ଚାଲିଯିବେ ଏବଂ ସ୍ତ୍ରୀ ଅଲକ୍ଷଣୀ ହେବା କଥା ପ୍ରତ୍ୟେକ ମୁହଁରୁ ଶୁଣାଯାଏ l ଲକ୍ଷ୍ମୀ ଗୁରୁବାର ପ୍ରାତଃ କାଳ ରୁ ବ୍ରାହ୍ମଣ,ଚଣ୍ଡାଳ ସମସ୍ତ ଙ୍କ ଘର କୁ ଯାନ୍ତି ବୋଲି ଆମ ହିନ୍ଦୁ ସମାଜରେ ଲୋକକଥା ରହିଛି l
ଏହି କାରଣ ପାଇଁ ସମସ୍ତେ ପ୍ରାତଃକାଳରୁ ଶୀଘ୍ର ଉଠି ଘର ପରିଷ୍କାର ପରିଚ୍ଛନ୍ନ ରଖିବାରେ ଲାଗିପଡନ୍ତି l ମା ଲକ୍ଷ୍ମୀ ଟିକିଏ ଭଲ ଦୃଷ୍ଟି ଚାହିଁଲେ କିଏ ରାଜା ହୋଇଯାଏ ,ଆଉ ଟିକିଏ କୋପ କଲେ ଭିକାରୀ ହୋଇଯାଏ l ଲକ୍ଷ୍ମୀ ସ୍ଥିର ନୁହନ୍ତି ସେଇଥିପାଇଁ ତାଙ୍କର ଅନ୍ୟ ନାମ ଚଞ୍ଚଳା l
ଏବେ ଆମେ ମା ମହାଲକ୍ଷ୍ମୀ ବ୍ରତ ପାଇଁ କଣ ସବୁ ବିଧିବିଧାନ, ମନ୍ତ୍ର,ଜପ ରହିଛି ଆସନ୍ତୁ ଜାଣିବା l
ବିଧିବିଧାନ ( margasira lakshmi pooja katha in odia rituals )
- ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଏହି ବ୍ରତ କରାଯିବ l
- ପ୍ରାତଃକାଳ ରୁ ଶଯ୍ୟାତ୍ୟାଗ କରି ଘରଦ୍ଵାର କୁ ଗାଈ ଗୋବର ଆଣି ଲିପିବ ନଚେତ୍ ଛିଞ୍ଚିବ l
- ଏହା ପରେ ନିଜର ନିତ୍ୟକର୍ମ ସାରି ଆସି ଧଳା କିମ୍ବା ହଳଦିଆ ବସ୍ତ୍ର ପରିଧାନ କରିବେ l
- ତାହା ପରେ ଅରୁଆ ଚାଉଳକୁ ବାଟି ଘରଦ୍ୱାର ଚାରିଆଡ଼େ ଚିତା (Manabasa Gurubar jhoti chita) ପକାଇବେ l ଚିତା (manabasa jhoti) ପକେଇବା ଦ୍ଵାରା ଘରର ସୌଦର୍ଯ୍ୟ ବଢାଇଥାଏ l
- ପକେଇବା ପରେ ମା ଲକ୍ଷ୍ମୀ ଙ୍କ ପୂଜା ପାଇଁ (manabasa gurubar puja samagri list ) ଦୁବ, ବରକୋଳିପତ୍ର, ଫୁଲ, କଦଳୀ ପତ୍ର ଆଦି ସଜାଡିବ l ଯେମିତି ଘରେ ଆମେ ସବୁଦିନ ପୂଜା କରୁ ସେମିତି ମା ଲକ୍ଷ୍ମୀ ଙ୍କ ପୂଜା ହେବ l ଧୂପ,ଦୀପ, ନୈବେଦ୍ୟ ଦେଇ ମା ଲକ୍ଷ୍ମୀ ଙ୍କୁ ପୂଜା କରିବେ l
Lakshmi Pujan Vidhi (margashirsha guruvar puja katha)
- ଏମିତି ତିନି ପାଳି ପୂଜା କରିବେ,କିନ୍ତୁ ଚତୁର୍ଥ ପାଳିରେ କିନ୍ତୁ ବୁଧବାର ଦିନ ମାଆ ଲକ୍ଷ୍ମୀଙ୍କର ଯାହା ସବୁ ଜିନଷପତ୍ର ଅଛି ଘରେ ଅର୍ଥାତ୍ ଏହି ଉପବାସ ପାଇ ମା ଲକ୍ଷ୍ମୀଙ୍କର ପୂଜା ପାଇ ଅଲଗା ସାଲୁକନା ,ଗୁଆ କଉଡ଼ି,ବାସନ,ମାଣ,ଦୀପ,ଆଦି ସବୁ ଜିନିଷ ଅଲଗା ହୋଇଥାଏ l
- ଏହି ସବୁ ଜିନିଷ ଗୁଡ଼ିକ ବୁଧବାର ଦିନ ସ୍ନାନ ସାରି ଆସି ନାଲି ମାଟି ବା ରଙ୍ଗ ମାଟି ରେ ଗୋଟିଏ ଜାଗାକୁ ଲିପି ପଞ୍ଚାମୃତ ଛିଞ୍ଚି ମା ଲକ୍ଷ୍ମୀଙ୍କର ସବୁ ଜିନିଷକୁ ହଳଦୀ ପାଣିରେ ଧୋଇ ଖରାରେ ସୁଖେଇବ ଏବଂ ଜଗିଥିବ ମଧ୍ୟ ଯେମିତି କାଉ କି କୁକୁର ନ ଛୁଅନ୍ତି l
- ଏହା ଶୁଖିଲେ ଆଣି ଠାକୁର ଘରେ ରଖିବ l ବୁଧବାର ଦିନ ସମସ୍ତ ଜିନିଷ ସଜାଡ଼ିବ ଚିତା ବୁଧବାର ଦିନ ପକେଇବ କାରଣ ଗୁରୁବାର ସୂର୍ଯ୍ୟୋଦୟ ପୂର୍ବରୁ ମାଣ ବସା ଯାଏ l
- ପ୍ରଥମେ ଖଟୁଲି ଥୋଇ ତା ଉପରେ ଧାନ ବେଣ୍ଟୀ ରଖିବେ ଧାନ ବେଣ୍ଟୀ ଟା ଧଳା ଧାନରେ ତିଆରି ହେବ ସେଥିରେ କଳା ଧାନ ଯେମିତି ନ ମିଶେ ଏହାକୁ ଧ୍ୟାନ ଦେବେ l
- ଏହାକୁ ଆଗରୁ କରିକୀ ଖରାରେ ଶୁଖେଇକି ରଖିଥିବେ ଏହାକୁ ଖଟୁଲୀ ଉପରେ ରଖିବେ ନଅ ବିରି ମିଳେ ତାକୁ ଦେବେ ଖଟୁଲି ଉପରେ ତାପରେ ମାଣ ରେ ଧାନ ପୂର୍ଣ୍ଣ କରି ରଖିବେ ଏହା ପରେ ମାଙ୍କ ବସ୍ତ୍ର ଉପରେ ଦେବେ ଫୁଲ ଦେଇ ସଜାଡିବେ ଏହା ପରେ ଫଳ,ମୂଳ, ପିଠା,ଧୂପ,ନୈବେଦ୍ୟ ଦେଇ ମାଙ୍କୁ ପୂଜା କରିବେ l
Laxmi pujan kese kre
ପ୍ରଥମପାଳି ରେ ତରଣ ବା ଜାଉ ବା ଖିରି lakshmi bhog rice kheer ପୂଜା କରିବେ ଏବଂ ଏହି ଭୋଗକୁ ପରିବାରର ସମସ୍ତଙ୍କୁ ଦେବେ l ଦ୍ୱିତୀୟ ପାଳିରେ ଚିତଉ ପିଠା ଭୋଗ କରିବେ ,ତୃତୀୟ ପାଳି ରେ ଦହିଅନ୍ନ ଭୋଗ ହେବ , ଚତୁର୍ଥ ପାଳିରେ ମଣ୍ଡା ପିଠା ଭୋଗ ହେବ,ସବୁ ପାଳିରେ ସକାଳ କିମ୍ବା ସନ୍ଧ୍ୟା ସମୟରେ ପଣା ଅର୍ପଣ କରିବେ l ସବୁ ପାଳିରେ ପୂଜା ବିଧି ସମାନ ରହିବ କେବଳ ଶଙ୍କୁଡ଼ି ଭୋଗ ଅଲଗା ହେବ l ଏହୀ ପରି ଭାବରେ ମା ମହାଲକ୍ଷ୍ମୀ ଙ୍କର ଉପବାସ (maa laxmi puja vidhi)ବ୍ରତ ରଖିପାରିବେ l
ଏହି ଭଳି ଭାବେ ଜଣେ ଭକ୍ତ ମାଣବସା ଗୁରୁବାର ଲକ୍ଷ୍ମୀ ପୂଜା (Guruvar vrat katha) କରିପାରିବେ |