Table of Contents
ମିଶନ ଶକ୍ତି (mission shakti scheme Odisha)ଆମ ରାଜ୍ୟ ପାଇଁ ଏକ ବରଦାନ | ଗୋଟିଏ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ମହିଳା ଏବଂ ଯୁବପିଢି ଙ୍କ ଅବଦାନ ଅତୁଳନୀୟ l ମହିଳା ଆଗକୁ ବଢ଼ିଲେ ସମାଜ ଆଗକୁ ବଢିବ ଏହାକୁ ଠିକ୍ ଭାବରେ ବୁଝିଛନ୍ତି ଆମ ଓଡ଼ିଶା ସରକାର l କୌଣସି ଗ୍ରାମ, ରାଜ୍ୟ, ଦେଶ ମହିଳା ଙ୍କ ସଶକ୍ତିକରଣ ବିନା ଆଗକୁ ବଢ଼ି ପାରିବ ନାହିଁ ଏହାକୁ ଅନୁଭବ କରିଥିଲେ ରାଜ୍ୟ ସରକାର l ଗାଁ କୁ କାମ ମହିଳା କୁ ସମ୍ମାନ କୁ ଆଖି ଆଗରେ ରଖି ୨୦୦୧ ମସିହା ମାର୍ଚ୍ଚ ୮ ତାରିଖ ରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି l ୨୦ ବର୍ଷ ରେ ଏଥିରେ ଯୋଡ଼ି ହୋଇଛନ୍ତି ୭୦ ଲକ୍ଷ ମହିଳା l ମହିଳା ଙ୍କୁ ସ୍ୱାବଲମ୍ବୀ କରିପାରିଛି ମିଶନ ଶକ୍ତି l ପୂର୍ବରୁ ମହିଳା ମାନେ ଘରର ଚାରି କାନ୍ଥରେ ଥିଲେ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି l ଏହି ମାଧ୍ୟମରେ ମହିଳା ଦେଶ ବିଦେଶ କୁ ମଧ୍ୟ ଯାଇପରୁଛନ୍ତି , ଏବଂ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l
Mission Shakti scheme Odisha
ମହିଳାଙ୍କ ସ୍ୱୟଂ ସହାୟକ ଗୋଷ୍ଟି କାର୍ଯ୍ୟକ୍ରମ ଓଡିଶା ରାଜ୍ୟରେ ଆଜି ପୁରୁଣା କଥା | ସମସ୍ତେ ଅଳ୍ପେ ବହୁତେ ଏ ବାବଦରେ ଜାଣିଥିବେ, କିନ୍ତୁ ଏହି ସ୍ୱୟଂ ସହାୟକ ଗୋଷ୍ଟିକୁ ତ୍ୱରାନ୍ୱିତ କରିଛନ୍ତି ଓଡିଶା ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା | ନାରୀମାନେ ସ୍ୱୟଂ ସହାୟକ ଗୋଷ୍ଟି କରି chitfund ଗୁଡିକ ଗଢୁଥିଲେ ଏବଂ ସେଥିରୁ ଗୋଷ୍ଟି member ମାନେ ଋଣ ନେଉଥିଲେ | ଋଣ ପରିଶୋଧ କରିବା ପର୍ଯ୍ୟନ୍ତ କିଛି ପଇସା ସୁଧ ମଧ୍ୟ ଦେଉଥିଲେ | ଏହିଭଳି ଭାବେ ଅଧିକାଂଶ ସ୍ୱୟଂ ସହାୟକ ଗୋଷ୍ଟି କେବଳ ଆଞ୍ଚଳିକ chitfund ସଂସ୍ଥାନ ହୋଇ ରହିଯାଉଥିଲେ |
SHG group Odisha loan interest rate
ମିଶନ ଶକ୍ତିର ସଦସ୍ୟା ମାନଙ୍କୁ ସେମାନଙ୍କର mission shakti shg group odisha ପାଇଁ ତିନି ଲକ୍ଷ୍ୟ ତାଙ୍କର loan 0 % ସୁଧାରେ bank ଯୋଗାଇଦେବ | ଅର୍ଥନୈତିକ ହେଉ କିମ୍ବା ରାଜନୈତିକ ହେଉ, ସେବା କିମ୍ବା ଯୋଗାଣ କ୍ଷେତ୍ରରେ ମିଶନ ଶକ୍ତି (mission shakti shg group odisha )ସବୁଥିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି l ଏହା ଏକ ଯୋଜନା ରୁ ଆରମ୍ଭ ହୋଇ ଏକ ସ୍ବତନ୍ତ୍ର ବିଭାଗ ରେ ପରିଣତ ହୋଇଛି l କରୋନା ସମୟ ରେ ମଧ୍ୟ ସ୍ଵଂୟ ସହାୟକ ଗୋଷ୍ଠୀ ଲୋକ ଙ୍କୁ ବିଭିନ୍ନ ଦିଗ ରେ ସାହାର୍ଯ୍ୟ କରିଛି l ବିନା ସୁଧ ରେ ୫ଲକ୍ଷ ଟଙ୍କା ଋଣ ,ଜିଲ୍ଲା ମହାସଂଘ ପାଇଁ ୧କୋଟି ର ରିଭଲଭିଂ ଫଣ୍ଡ ଆଦି ରହିଛି l
ଏଥିରେ ବିଭିନ୍ନ ଯୋଜନା ରହିଛି ଯେପରି ସ୍କୁଟର ଯୋଜନା , ସାଇକଲ ଯୋଜନା ଆଦି ବିଭିନ୍ନ ଯୋଜନା ରହିଛି l ମହିଳା ମାନେ କୁକୁଡ଼ା ପାଳନ , ଛତୁ ଚାଷ, ଧାନ ଚାଷ, ମାଛ ଚାଷ, ଛେଳି ଚାଷ, ଗୋପାଳନ, ବଡି,ପାମ୍ପଡ, ଆଦି ସମସ୍ତ କାର୍ଯ୍ୟ ମହିଳା ମାନେ ନିଜେ କରି ରୋଜଗାରକ୍ଷମ ହେଲେଣି ଯାହାଦ୍ଵାରା ପୁରୁଷ ମାନଙ୍କ ଭଳି ପରିବାରର ମଧ୍ୟ ଭରଣ ପୋଷଣ କରିପାରୁଛନ୍ତି l ସ୍କୁଟର ଯୋଜନା ରେ ମହିଳା ମାନେ ଦେବେ ନାହିଁ down payment ଏବଂ ଏହାକୁ ୨ ବର୍ଷ ରେ ଶୁଜିବେ l

Mission Shakti work around
ସାଧାରଣ ଭାବେ ଗୋଟିଏ କମ୍ପାନୀ ଖୋଲିଲେ ଯେଉଁ ଭଳି ଭାବେ ସେ କମ୍ପାନୀ ର product ସ୍ଥିର କରିବାକୁ ପଡିଥାଏ, ସେହିଭଳି ଭାବେ Govt of Odisha ତରଫରୁ ଅନେକ ପ୍ରକାରର product ତିଆରି କରିବାକୁ ମିଶନ ଶକ୍ତି group ଗୁଡିକୁ କୁହାଯାଇଛି, ଯଥା ଛେଳି ପାଳନ, କୁକୁଡ଼ା ପାଳନ, ମହାମ ବତୀ ତିଆରି, ଧୂପକାଠି ତିଆରି ଇତ୍ୟାଦି | ଏହି ଜିନିଷ ତିଆରି ପାଇଁ ଯେଉଁ ଯେଉଁ ସୁବିଧା ଦରକାର ଯାହାକି machine , training ଏସବୁ ସରକାରୀ ସାହାଯ୍ୟରେ ମିଳୁଛି | ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକରେ ଏହି ଜିନିଷ ତିଆରି ପରେ କିପରି ଭଲ ଭାବେ ଏହା ବିକ୍ରି କରାଯାଇପାରିବ ତାହା ମଧ୍ୟ ସରକାର ଯୋଗାଇ ଦେଇଛନ୍ତି | ଭୁବନେଶ୍ୱରରେ ବଡ ବଡ ବଜାର ନିର୍ମାଣ କରାଯାଇଛି ଯୋଉଁଠାରେ କେବଳ misson shakti ର ଜିନିଷ ଗୁଡିକ ଭଲ ଦାମ ରେ ବିକ୍ରି ହେଉଛି |
ଯଦି ଆଂଚଳିକ ବଜାରରେ କେହି ଦୋକାନୀ ସେହି ଜିନିଷ ଗୁଡିକୁ ବିକ୍ରି କରିବାକୁ ଚାହାନ୍ତି ସେଥିପାଇଁ ମଧ୍ୟ ସୁବିଧା କରାଯାଇଛି | ଏହି ଭଳି ଭାବେ ଗୋଟିଏ ଗାଁ ଗହଳି ର ନାରୀ ତା ଘର କାମ କରିବା ପରେ ମଧ୍ୟ SHWs (Mission Shakti scheme Odisha)ସହାୟତାରେ କିଭଳି ସୁଚାରୁ ରୂପେ କାମ କରିପାରିବ ସରକାର ସେଥିପାଇଁ ମିଶନ ଶକ୍ତି ସ୍କୁଟି ମଧ୍ୟ ଦେଇଛନ୍ତି | ଏହି form ପୁରାଣ କରି ମିଶନ ଶକ୍ତି ନାରୀ ମାନେ scooti ଗ୍ରହଣ କରିପାରିବେ |
mission shakti scooter yojana odisha apply online .
Mission shakti scooter yojana registration
ଯେତେବେଳେ କୌଣସି ଟଙ୍କା ପଇସା ହିସାବ କଥା ପଡେ କେତେ ପଇସା ଆସୁଛି ଏବଂ କେତେ ପଇସା ଖର୍ଚ ହେଉଛି ତାହାର ହିସାବ ରଖିବା ନିହାତି ଆବଶ୍ୟକ | ସରକାର ସେଥିପାଇଁ ମଧ୍ୟ ଅନେକ ଆର୍ଥିକ ସଂସ୍ଥା ସହ ମିଶନ ଶକ୍ତି group ଗୁଡିକୁ connect କରିଛନ୍ତି | ଅନେକ bank ରେ ବ୍ଲକ ତରଫରୁ ମିଶନ ଶକ୍ତି ସହାୟିକା ମାନେ mission shakti recruitment bank mitra ଚାକିରୀ କରୁଛନ୍ତି | ସେମାନେ କୌଣସି ମିଶନ ଶକ୍ତି ବଶୟରେ ଆର୍ଥିକ ଧାରଣା ଦେଇପାରିବେ |
Mission Shakti Yojana odisha
ମିଶନ ଶକ୍ତି (Mission Shakti scheme Odisha)ଜିଲ୍ଲା କ୍ଷେତ୍ରରେ DLF(District Level Federation), ତହସିଲ କ୍ଷେତ୍ରରେ BLF(Block Level Federation) ଏବଂ ଗ୍ରାମ କ୍ଷେତ୍ରରେ GPLF (Gram Panchayat Level Federation) ସକ୍ରିୟ ଅଛି | ଗାଁ ଭିତରେ ଥିବା SHG ଗୁଡିକ GPLF ଠାରୁ ଅନୁମତି ନିଅନ୍ତି ଏବଂ GPLF ଗୁଡିକ BLF ଠାରୁ ଅନୁମତି ନିଅନ୍ତି | ସେହିଭଳି ଭାବେ BLF ଗୁଡିକ DLF ଠାରୁ ଅନୁମତି ନେଇଥାନ୍ତି |
Also read :- Best benefits of Bhavani Ashtakam lyrics in Odia

ମିଶନ ଶକ୍ତିର (mission shakti scheme odisha) ଅନେକ ଯୋଜନାର ନିୟମାବଳୀ ଗୁଡିକ ଏହାର official site ରେ ଅଛି | ଅନେକ ଯୋଜନା ଯେପରିକି ଶିଶୁ ପୋଷାକ କାର୍ଯ୍ୟକ୍ରମ (Sishu Poshak Karyakram under Malati Devi Prak Vidyalaya Paridhan ଯୋଜନା), ଜୀବିକା ନିର୍ବାହ (Mission jivika Yojana ), ଗୋଶାଳା ଯୋଜନା, ମମତା ଯୋଜନା, Villlage level Enterpruner (VLE ) ଓ Urban level enterpruner ଯୋଜନା ଗୁଡିକ ମଧ୍ୟ ଅଛି | ଅନେକ school ର ସଫା ସୁତୁରା ଦାୟିତ୍ୱ ମଧ୍ୟ SHG ଗୁଡିକ ନେଇଥାନ୍ତି | ଅନେକ ମିଶନ ଶକ୍ତି SHG ଗୁଡିକ Odisha PVTG Empowerment & Livelihoods Programme (OPELIP) ମଧ୍ୟରେ କାମ କରନ୍ତି | ଅଣସୁରକ୍ଷିତ ଜଣ ଜାତିର ମହିଳା ମାନଙ୍କ ପାଇଁ ମଧ୍ୟ ମିଶନ ଶକ୍ତି ଅନ୍ତର୍ଭୁକ୍ତ OTELP Plus (Odisha Tribal Empowerment & Livelihoods Programmes) କାର୍ଯ୍ୟକ୍ରମ ଗୁଡିକ ହେଇଥାଏ |