Table of Contents
Swayam scheme Odisha government ବାବଦ ରେ ଆସ ଜାଣିବା |
“ଚାକିରୀ କି ନାହିଁ ଆଉ ଭରସା, ଉଦ୍ୟୋଗ ଗଢିବା ଆମରି ଆଶା “
Bhumananda Barik.
ଗୋଟେ ସମୟରେ ଓଡ଼ିଶାରେ ଅନେକ ଆର୍ଥିକ ସମସ୍ୟା ଥିଲା, ଏପରିକି ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଲୋକମାନେ ଦିନକୁ ମୁଠେ ଖାଇବାକୁ ପାଉନଥିଲେ | ତାପରେ ଗୋଟେ ସମୟ ଆସିଲା ଯେତେବେଳେ ସରକାରଙ୍କ ତରଫରୁ ଖାଦ୍ୟର ସୁବିଧା କରାଗଲା | ଟଙ୍କିକିଆ ଚାଉଳ ପ୍ରାଏତଃ ସବୁଘରକୁ ଗଲା | ଗହମ, କିରୋସିନ, ଅଣ୍ଡା, ଛତୁଆ, ଆବଶ୍ୟକ ଅନୁସାରେ ଗାଁ ଗହଳିରେ ବଣ୍ଟନ କରାଗଲା | ତାପରେ ଦ୍ଵିପ୍ରହରରେ ମଧ୍ୟାନ୍ନ ଭୋଜନ ଦିଆଗଲା | କିନ୍ତୁ ଓଡିଶାର ଦୁର୍ଦଶା ଏବେବି ଯାଇନଥିଲା | ଓଡ଼ିଶାରେ ପ୍ରତି ବର୍ଷ ପିଲା college ସମ୍ପୂର୍ଣ କରି ବାହାରୁଛନ୍ତି କିନ୍ତୁ ସେମାନଙ୍କ ପାଇଁ ଚାକିରୀ ନାହିଁ | ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି ସେଥି ମଧ୍ୟରୁ ଗୋଟିଏ ହେଉଛି ସ୍ୱୟଂ ଯୋଜନା |
What is Swayam scheme Odisha government
ଗତ ୨୦ ବର୍ଷହେଲା ଓଡିଶାରେ ଅଧିକରୁ ଅଧିକ ଯୁବକ, ଯୁବତୀ ମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି , ଏହାର ମୁଖ୍ୟ କାରଣ ହେଉଛି ଓଡିଶାରେ ଆବଶ୍ୟକ ଅନୁସାରେ ସରକାରୀ ବା ବେସରକାରୀ ଚାକିରୀ ର ଅଭାବ | ସେଥିପାଇଁ ଓଡିଶା ସରକାର ୧ ଲକ୍ଷ୍ୟ ଟଙ୍କାର loan ଦେବାପାଇଁ ସ୍ଥିର କରିଛନ୍ତି | ଏହି ୧ ଲକ୍ଷ ଟଙ୍କା ପାଇବାକୁ ବୟସ ସୀମା ୧୮ ରୁ ୩୫ ବର୍ଷ ଧାର୍ଯ୍ୟ କରାଯାଇଛି | ଏହି ବୟସ ସୀମା କେତେକ ସ୍ଥଳରେ ୪୦ ବର୍ଷ ମଧ୍ୟ କରାଯାଇଛି | ଏହି ଟଙ୍କାକୁ ଯୁବକ, ଯୁବତୀ ମାନେ କୌଣସି କୁଟୀର ଶିଳ୍ପ ଉଦ୍ୟମରେ ବ୍ୟବହାର କରିପାରିବେ |
Name | Swayam Yojana |
Initiated By | Government Of Odisha |
Launch Date | 12th February 2024 |
Beneficiaries | Youth of state |
Goal of the project | Funding youth of Odish up to Rs. 1 lakh to become entrepreneur |
Official Website | swayam.odisha.gov.in |
Criteria of Swayam scheme Odisha government
- ସ୍ୱୟଂ ଯୋଜନା ଅନ୍ତର୍ଗତ ସହର ଆଖପାଖର ଯୁବକ, ଯୁବତୀ ମାନଙ୍କୁ ବିନା ଋଣରେ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ |
- ୧୦୦୦ ଟଙ୍କା ଠାରୁ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ (18 -35 years youth) ବିନା ସୁଧରେ ବ୍ୟାଙ୍କ ଠାରୁ ଋଣ କରିପାରିବେ |
- ଯଦି ୧ ଲକ୍ଷ୍ୟ ଟଙ୍କା ଋଣ କରାଯାଏ ତେବେ ଏହାର ୫% bank ପାଖରେ ଆଗୁଆ ପୈଠ କରାଯିବାର ବିଧି ଅଛି | ଅବଶିଷ୍ଠ ୯୫ ହଜାର ଟଙ୍କା ଋଣ ଆବେଦନକାରୀ ବିନା ସୁଧ ରେ ପାଇପାରିବେ |
- ଏହା ଦ୍ୱାରା ବିଭିନ୍ନ କୁଟୀର ଶିଳ୍ପ ସ୍ଥାପନା କରିପାରିବେ | ଏହି ଶିଳ୍ପ ଗୁଡିକ ବିଭିନ୍ନ, ଉତ୍ପାଦନ, ସେବା ଭଳି କାର୍ଯ୍ୟରେ ନିଯୁକ୍ତି ହେଇପାରିବେ |
- ୧୨୩୭.୭୪ କୋଟି ଖର୍ଚରେ ଓଡିଶା ଯୁବ ପିଢ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ଏହା ଓଡିଶା ସରକାରଙ୍କର ନିଆରା ପଦକ୍ଷପ |
Swayam Odisha Benefits
ସାଧାରଣତଃ ଗାଁ ଏବଂ ସହରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ବିଭିନ୍ନ ଚିନ୍ତାଧାରା ଥାଏ | ତେଣୁ ଅନେକ ଯୁବକ ଯୁବତୀ ମାନେ ସରକାରଙ୍କ ଠାରୁ ଋଣ ନେଇ ନଶୁଝିବାର ଚିନ୍ତାଧାରା ରଖିପାରନ୍ତି | ଥରେ ଯଦି ସରକାରୀ
ସୁବିଧାର ଦୁରୁପଯୋଗ କରାଯାଏ ତେବେ ସରକାରଙ୍କ ନଜରରେ ଭବିଷ୍ୟତରେ ଦୋଷୀ ସାବ୍ୟସ୍ତ ହୋଇଯିବ | ଏବଂ କୌଣସି ଆର୍ଥିକ ସାହାଯ୍ୟ ପୁଣି ଥରେ ନେବା ପାଇଁ ଅସୁବିଧା ହେବ |
- ଏହି ଯୋଜନା ଅନୁଯାଇ ଅନେକ କୌଶଳଭିତ୍ତିକ କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଛି | ଏହି କୌଶଳଭିତ୍ତିକ କାର୍ଯ୍ୟକ୍ରମ ଗୁଡିକ ଯୁବକ,ଯୁବତୀ ମାନଙ୍କ ଦକ୍ଷତା ବଢାଇବାରେ ସାହାଯ୍ୟ କରିବ |
- ଓଡିଶା ସରକାରଙ୍କ ଏହି ୱେବ୍ସାଇଟରେ (swayam.odisha.gov.in)ଅନେକ course ଦିଆଯାଇଛି , ଯଦି କେହି ଇଛୁକ ବ୍ୟକ୍ତି ଏହି course ଗୁଡିକ କରି ଜୀବନବ୍ୟାପି ରୋଜଗାର କରିବାକୁ ଚାହାନ୍ତି ସେମାନେ ଏହା ନିଜ ଇଛା ଅନୁସାରେ କରିପାରିବେ |
- ଏହି course ଗୁଡିକୁ ନିଜ speed ରେ ନିଜ ଇଛାରେ କରିବାର ସୁବିଧା ଦିଆଯାଇଛି |
- ଯେଉଁ ଛାତ୍ର ମାନେ କୌଣସି ଦକ୍ଷତାର ତାଲିମ୍ ନେଇଛନ୍ତି ଏହି website ରୁ ସେମାନଙ୍କୁ ଉପଯୁକ୍ତ certificate ଦିଆଯିବାର ସୁବିଧା କରାଯାଇଛି |
ଅନେକ ଛାତ୍ର ଛାତ୍ରୀ ମାନେ school ପରେ ପାଠ ପଢିପାରୁନଥିଲେ, କିନ୍ତୁ ଏବେ ପରୀକ୍ଷା ରେ ପ୍ରାୟେ ଅଧିକାଂଶ ପିଲାମାନେ ଭଲ number ରଖି ଉତ୍ତୀନ୍ନ ହେଉଛନ୍ତି | ଏହି ଭଳି ଭାବେ college ପାଠରେ ମଧ୍ୟ କିଛି ଅସୁବିଧା ହେଉନି | କିନ୍ତୁ ଏଠାରେ ଏକ ନୂଆ ଅସୁବିଧା ଦେଖାଯାଉଛି | Higher study କରିବା ପରେ ମଧ୍ୟ କୌଣସି କାମ କରିବାକୁ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଦକ୍ଷତାର ଅଭାବ | ଏହି ଦକ୍ଷତା ମୂଳକ ପାଠ୍ୟ ଖସଡ଼ାକୁ ତ୍ୱରାନ୍ୱିତ କରିବାକୁ swayam odisha ସୁଯୋଗ ଦେଇଛି |
Genius mathematical formula for memorizing multiplication table.
Impact of Swayam scheme Odisha on students education
ସ୍ୱୟଂ ଓଡିଶା ଯୋଗୁ କେଉଁ କେଉଁ ଲାଭ ହେଉଛି ଆସନ୍ତୁ ଜାଣିବା |
କୌଣସି ବ୍ୟକ୍ତି ମୁଖ୍ୟ ଶିକ୍ଷା ଧାରାରୁ ବଞ୍ଚିତ ହେବା ପରେ ପୁଣି ଥରେ ମନରେ ସାହସ ବାନ୍ଧି ସବୁ ଦାଇତ୍ୱ ମୁଣ୍ଡାଇ ଶିକ୍ଷା କ୍ଷେତ୍ରକୁ ଆସିବା କଷ୍ଟସାଧ୍ୟ ମନେହୁଏ | କିନ୍ତୁ ସରକାରଙ୍କର ଏ ନିଆରା ପଦକ୍ଷପ ଏହିଭଳି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପୁଣି ଥରେ ଉତ୍ସାହ ଭରିଦେବ | ଯେଉଁ ମାନଙ୍କ ପାଇଁ କଳା, ବିଜ୍ଞାନ କିମ୍ବା ବ୍ୟାପାରକୁ ଭଲ ଭାବରେ ପଢି ତାକୁ କାର୍ଯ୍ୟରେ ଲଗାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା, ସେମାନଙ୍କ ପାଇଁ ଏବେ ବିଭିନ୍ନ ରୋଜଗାର ଭିତିକ ବା ଦକ୍ଷତା ଭିତିକ ପାଠ ଅସମ୍ଭବ ନୁହେଁ | ନିଜ ସମୟରେ, ନିଜ ଇଛାରେ, ନିଜେ ବୁଝିପାରିଲା ଭଳି ବିଭିନ୍ନ କୌଶଳ ଭିତ୍ତିକ ପାଠ ପଢି ପାରିବେ | ଯେପରିକି ସିଲାଇ ଶିଖିବା, ବିଭିନ୍ନ ଚାଷ କାମକରିବା, କୌଣସି ଦ୍ରବ୍ୟ (ଖଲି ପ୍ଲେଟ, କର୍ପୁର, ଧୂପକାଠି, ଲୁହାକଣ୍ଟା, eco-friendly polythene)ପ୍ରସ୍ତୁତ କରିବା ଭଳି ଶିକ୍ଷା ଲାଭ କରାଯାଇପାରିବ |
swayam yojana odisha apply online 2024
ପ୍ରଥମେ ସ୍ୱୟଂ ଓଡିଶାର website କୁ ଯାଇ login କରି form fillup କରିବାକୁ ପଡିବ , ଏଥିପାଇଁ ନିମ୍ନୋକ୍ତ ପଦ୍ଧତି ଗୁଡିକୁ ଅନୁସରଣ କରନ୍ତୁ | Learn how to apply swayam.
- ୱେବ୍ସାଇଟର homepage ରେ Registration link ରେ click କରନ୍ତୁ |
- ଯେଉଁ form open ହେଵ, ସେହି form କୁ ପୂରଣ କରନ୍ତୁ , ଏବଂ ଆବଶ୍ୟକ document upload କରନ୍ତୁ |
- submit button ରେ click କରନ୍ତୁ |
- ଆବଶ୍ୟକ document- Aadhar card, PAN card, passport photo .
- Detailed information available on this site.
What is the meaning of swayam ?
Swayam stands for Swatantra Yuva udyami Odisha. This is an initiative taken by Odisha government to make youth self dependent and skill full. Which will help them in earning and leading further . This is known as Swayam scheme Odisha government.
The major problem in Odisha still persists as unemployment, to solve unemployment the only factor which actually can solve the problem is giving inspiration to become entrepreneur. In this AI ( Artificial Intelligence ) age if we consider to open more factories where people will work that will be backward Idea. Now people are replaced by robots and AI is more used comparative to human mind . So where actually human mind can work is sales and revenue generation.